ସ୍କୁଲ ପିଲାଙ୍କୁ ନେଉଥିବା ବସଗୁଡ଼ିକର ଫିଟନେସ୍ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୪/୪: ରାଜ୍ୟରେ ଏବେ କରୋନା ସ୍ଥିତି ସୁଧୁରିବା ପରେ ସ୍କୁଲ ଖୋଲାଯାଇଛି। ଏହାରିମଧ୍ୟରେ ସ୍କୁଲ ପିଲାଙ୍କୁ ନେଉଥିବା ବସଗୁଡ଼ିକର ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ସଡ଼କ ସୁରକ୍ଷା ଯୁଗ୍ମ କମିସନର ସଞ୍ଜୟ ବିଶ୍ୱାଳ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଅନୁପଯୁକ୍ତ ବସ୍ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନଜର ରଖନ୍ତୁ। ଏହାସହ ବ୍ୟବହୃତ ଗାଡ଼ିର ଫିଟନେସ ଓ ମୋଟର ଆକ୍ଟ ନିୟମ ପାଳନ କରନ୍ତୁ।

ଅନ୍ୟପଟେ ସେ ଏହା ମଧ୍ୟ କହିଛନ୍ତି ଯେ  ଛାତ୍ରମାନଙ୍କ ପରିବହନଜନିତ ଅସୁବିଧା ପାଇଁ ସ୍କୁଲ ମ୍ୟାନେଜମେଣ୍ଟ ଦାୟୀ। ଏକ ସପ୍ତାହ ଧରି ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭରେ, ସ୍କୁଲ ଛାତ୍ରଛାତ୍ରୀ ପରିବହନ ପାଇ ନିୟୋଜିତ ୧୦୯୬ ଗାଡ଼ି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ପାଇ ଦଣ୍ଡିତ ହୋଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଫିଟନେସ୍ ସାର୍ଟିଫିକେଟ ବିନା ୮୨୦ଟି ଗାଡଡ଼ି ଚଳାଚଳ କରୁଥିଲା। ଏହାଛଡ଼ା ୩୮୭ଟି ଗାଡିର ବୈଧ ଅନୁମତି ନାହି ଏବଂ ୩୧୧ ଡ୍ରାଇଭରଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନାହିଁ|