ଆସନ୍ତାକାଲିଠୁ ମେ ୩୧ ଯାଏ ଖରାଛୁଟି ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର, ୪/୫: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ବେଶି ପିଲାଙ୍କ ପାଠପଢା ଉପରେ ପଡିଛି। ସେହିପରି ଏହାରିମଧ୍ୟରେ ଆସନ୍ତାକାଲିଠୁ ରାଜ୍ୟର ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଖରାଛୁଟି ହେବ । ମେ ୩୧ ଯାଏ ଖରାଛୁଟି ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ । ଖରାଛୁଟି ସମୟରେ ଅନ୍‌ଲାଇନ୍‌ ଶିକ୍ଷାଦାନ ବା ପରୀକ୍ଷା ବି ହେବନାହିଁ ବୋଲି ସୂଚନା ମିଳିଛି।