ଆସନ୍ତା କାଲିଠାରୁ ବନ୍ଦ ରହିବ ସ୍କୁଲ ଓ କଲେଜ

ଭୁବନେଶ୍ୱର,୨୨/୦୪: ଆସନ୍ତା କାଲିଠାରୁ ବନ୍ଦ ରହିବ ସ୍କୁଲ ଓ କଲେଜ । ସବୁ ଜିଲ୍ଲାର ରିଭିୟୁ ମିଟିଙ୍ଗ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିସହ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନେ ହଷ୍ଟଲେରେ ରହିପାରିବେ । ଆସନ୍ତା କାଲିଠାରୁ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ। ଖାଦ୍ୟ ଯୋଜନା ମାଧ୍ୟମରେ ଘରେ ଖାଦ୍ୟ ପହଂଚିବ । ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ୨୩ରୁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *