ଆସନ୍ତା ଶିକ୍ଷା ବର୍ଷରେ ଢେଙ୍କାନାଳରେ ପ୍ରତିଷ୍ଠା ହେବ ସୈନିକ ସ୍କୁଲ

ନୂଆଦିଲ୍ଲୀ,୨୭/୩: ଆସନ୍ତା ଶିକ୍ଷା ବର୍ଷରେ ଢେଙ୍କାନାଳରେ ସୈନିକ ସ୍କୁଲ ପ୍ରତିଷ୍ଠା ହେବ । ଏଥି ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ ପ୍ରଦାନ କରିଛନ୍ତି। ଓଡ଼ିଶାର ଢେଙ୍କାନାଳ ସହ ଦେଶ‌‌ର ୨୧ ଟି ରାଜ୍ୟରେ ୨୧ ଟି ନୂଆ ସୈନିକ ସ୍କୁଲ ମଧ୍ୟ ଆସନ୍ତା ଶିକ୍ଷା ବର୍ଷରୁ କାର୍ଯ୍ୟ ଆରମ୍ଭ କରିବ। ଏହି ସବୁ ସୈନିକ ସ୍କୁଲ ବିଭିନ୍ନ ଏନ୍‌ଜିଓ, ଘରୋଇ ଓ ସରକାରୀ ସ୍କୁଲ ସହଭାଗିତାରେ ପ୍ରତିଷ୍ଠା ହେବ।ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଢେଙ୍କାନାଳରେ ପ୍ରସ୍ତାବିତ ନୂଆ ସୈନିକ ସ୍କୁଲ ‘ସଂସ୍କାର ପବ୍ଲିକ ସ୍କୁଲ’ (ଅବକାଶ ଫାଉଣ୍ଡେସନ) ନାମରେ ଚାଲିବ।  ସୂଚନା ଅନୁଯାୟୀ ୧୦୦ଟି ‌ନୂଆ ସୈନିକ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଥିବାବେଳେ ବର୍ତ୍ତମାନ ୨୧ ଟି ଖୋଲିବାକୁ ଅନୁମୋଦନ ମିଳିଛି।