ସ୍କୁଲ ପିଲାଙ୍କ ଘରକୁ ଯିବ ୩୭ ଦିନର ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର, ୩/୬: ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଛାତ୍ରାଛତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା କୁ ଦ୍ରୁଷ୍ଟିରେ ରଖି ସବୁ ସ୍କୁଲ କଲେଜ ବନ୍ଦ ରଖାଯାଇଛି। କିନ୍ତୁ ଏବେ ସ୍କୁଲ ପିଲାଙ୍କ ଘରକୁ ଯିବ ୩୭ ଦିନର ମଧ୍ୟାହ୍ନ ଭୋଜନ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲ କମିଟି ଉପସ୍ଥିତିରେ ସ୍କୁଲରେ ଚାଉଳ ବାଣ୍ଟିବେ ପ୍ରଧାନଶିକ୍ଷକ । ରନ୍ଧା ବାବଦ ଖର୍ଚ୍ଚ ପିଲା ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ବଣ୍ଟନ ବେଳେ ଭିଡ଼ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।