ଗରିବ ବି ଘରୋଇ ସ୍କୁଲରେ ଲେଖାଇପାରିବେ ନାମ

ଭୁବନେଶ୍ୱର, ୨୦/୨: ଗରିବ ଯୋଗୁ ବହୁତୁ ପିଲା ପାଠପଢାରୁ ବଂଚିତ ହେଉଛନ୍ତି। ତେଣୁ ଏଣିକି ଗରିବ ପିଲା ମାନେ ବି ଘରୋଇ ସ୍କୁଲରେ ନାମ ଲେଖାଇପାରିବେ । ଅନ୍ୟପଟେ ଫେବ୍ରୁଆରି ୨୪ରୁ ଅନ୍‌ଲାଇନ୍‌ ନାମଲେଖା ବ୍ୟବସ୍ଥାର ଶୁଭାରମ୍ଭ ହେବ ।  ଏନେଇ ଇଣ୍ଡସ ଆକ୍ସନ ସହିତ ଚୁକ୍ତି କରିଛନ୍ତି ରାଜ୍ୟ ସରକାର । ୨୫ ତାରିଖରୁ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।