ନୂଆଦିଲ୍ଲୀ,୧୧/୦୪: ଆପଣ ପିତାମାତା ଏବଂ ବୟସ୍କମାନଙ୍କ ସହିତ ହିଂସା ଏବଂ ଦୁର୍ବ୍ୟବହାର କଲେ ଭାରତରେ ଏଥିପାଇଁ ଏକ କଠୋର ଆଇନ ଅଛି। କିନ୍ତୁ ସାଉଦି ଆରବ ବିଶ୍ୱର ସବୁଠାରୁ କଠୋର ଆଇନ ତିଆରି କରିଛି। ଏବେ ଯଦି କେହି ବୃଦ୍ଧ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରନ୍ତି କିମ୍ବା ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ପ୍ରାୟ ୧.୧୨ କୋଟି ଟଙ୍କା ଜରିମାନା ଦେବାକୁ ପଡିବ। କେବଳ ଏତିକି ନୁହେଁ, ଆପଣଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ।ସାଉଦି ଆରବର ମାନବ ସମ୍ବଳ ମନ୍ତ୍ରୀ ଗୁରୁବାର ‘ବୟସ୍କଙ୍କ ଅଧିକାର ଏବଂ ଯତ୍ନ ଆଇନ’ କାର୍ଯ୍ୟକାରୀ କରିବାର ଘୋଷଣା କରିଛନ୍ତି। ଏହି ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଜଣେ ବୟସ୍କ ବ୍ୟକ୍ତିଙ୍କୁ ମାଡ଼ ମାରେ କିମ୍ବା ତାଙ୍କ ସହିତ ଖରାପ ବ୍ୟବହାର କରେ, ତେବେ ତାଙ୍କୁ ୫ ଲକ୍ଷ ସାଉଦି ରିୟାଲ, ଅର୍ଥାତ୍ ପ୍ରାୟ ୧.୧୨ କୋଟି ଟଙ୍କା ଜରିମାନା ହୋଇପାରେ। ଯଦି ଅପରାଧ ଗମ୍ଭୀର ହୋଇଥାଏ ତେବେ ଅପରାଧୀକୁ ଜେଲ୍ ମଧ୍ୟ ଦିଆଯାଇପାରେ।