ଚନ୍ଦ୍ରମା ପଛରେ ଲୁଚିଯିବ ଶନି ଗ୍ରହ, ଜାଣନ୍ତୁ କେଉଁ ସମୟରେ ଦେଖିପାରିବେ ଏହି ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ,୨୪/୦୭: ୧୮ ବର୍ଷ ପରେ ମହାକାଶରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଚନ୍ଦ୍ରମା ପଛରେ ଲୁଚିଯିବ ଶନି ଗ୍ରହ।  ଆଜି ଶନି ଗ୍ରହ ସାମ୍ନାରେ ଚନ୍ଦ୍ରଙ୍କ ଚଳନ ହେବା ଫଳରେ ଶନିଗ୍ରହ କିଛି ସମୟପାଇଁ ଅଦୃଶ୍ୟ ହୋଇଯିବ। ଦେଶରେ ବିଭିନ୍ନ ସ୍ଥାନରେ ଆଜି ଏହା ଦୃଶ୍ୟମାନ ହେବ। ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଦେଖାଯିବ। ପଶ୍ଚିମ ଆକାଶରେ ଲୋକମାନେ ଚାହିଁଲେ ଫର୍ଚ୍ଚା ଆକାଶରେ ଦେଖିପାରିବେ ବୋଲି କହିଛନ୍ତି ବୈଜ୍ଞାନିକ। ରାତି ସାଢେ ଗୋଟାଏରୁ ରାତି ୨ ଟା ୩୭ ମିନିଟ ମଧ୍ୟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।