ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନି

ନୂଆଦିଲ୍ଲୀ,୨୬/୫: ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ‘ଆପ୍‌’ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଜାମିନି ମିଳିଛି। ଚିକିତ୍ସା ପ୍ରତି ଦୃଷ୍ଟି ଦେଇ ଆଜି ସୁପ୍ରିମ୍‌ କୋର୍ଟ ଦିଲ୍ଲୀର ତାଙ୍କୁ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ହେଲେ ଏହି ସମୟରେ ବିନା ଅନୁମତିରେ ସତ୍ୟେନ୍ଦ୍ର ଜୈନ୍‌ ଦିଲ୍ଲୀ ଛାଡ଼ି ଯାଇ ପାରିବେ ନାହିଁ କିଂବା ଗଣମାଧ୍ୟମରେ କୌଣସି ବିବୃତି ଦେଇପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି।  ତାଙ୍କ ପସନ୍ଦ ଅନୁସାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ୬ ସପ୍ତାହ ଜାମିନ ମଞ୍ଜୁର କରାଯାଇଛି । କିନ୍ତୁ, ତାଙ୍କ ପ୍ରତି ଟ୍ରାଏଲ୍‌ କୋର୍ଟ ଲାଗୁ କରିଥିବା ସର୍ତ୍ତାବଳି ବଳବତ୍ତର ରହିବ ଏବଂ ସେ କୌତଣସି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ କି, ଭେଟି ପାରିବେ ନାହିଁ। ଏହି ଆଦେଶ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ କାଏମ ରହିବ।