ଚୀନର ମିସାଇଲ ମାଡ଼, ଖୁବ ଶୀଘ୍ର ଲାଗିପାରେ ଯୁଦ୍ଧ

ନୂଆଦିଲ୍ଲୀ,୪/୮: ଚୀନ ପକ୍ଷରୁ ଆରମ୍ଭ କରାଯାଇଥିବା ବୃହତ୍ ସମସରାଭ୍ୟାସ ଯୋଗୁଁ ପୂର୍ବ ଏସିଆରେ ଉତ୍ତେଜନା ବଢିବାରେ ଲାଗିଛି । ଏହି ଉତ୍ତେଜନା ଯୋଗୁ ଯେକୌଣସି ସମୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ଦେଖାଦେଇଛି । ଚୀନ ପକ୍ଷରୁ ଶକ୍ତିଶାଳୀ ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ତାଇଓ୍ବାନକୁ ଭୟଭୀତ କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ଏହି ଉତ୍ତେଜନା ସେତେବେଳେ ଆହୁରି ବଢିଗଲା ଯେତେବେଳେ ୫ଟି ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ଜାପାନର ଜଳସୀମାରେ ଆସୁଥିବା ହାଟେରୁମା ଦ୍ବୀପର ଦକ୍ଷିଣ-ପଶ୍ଚିମ ଦିଗରେ ପଡ଼ିଥିଲା ।

ଏହାକୁ ନେଇ ଜାପାନ ଓ ଚୀନ ମଧ୍ୟରେ ବିବାଦ ବଢିବାର ଆଶଙ୍କା ରହିଛି । ଜାପାନ ପକ୍ଷରୁ ଏହାକୁ ନେଇ ଚୀନ ନିକଟରେ ପ୍ରତିବାଦ କରାଯିବା ସହ ତୁରନ୍ତୁ ଏହି ଯୁଦ୍ଧାଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୁବୁଓ କିସି କହିଛନ୍ତି ଯେ ଚୀନ ପକ୍ଷରୁ ଏହା ଏକ ବଡ଼ ଭୁଲ କରାଯାଇଛି । ଏହା ଜାପାନର ସୁରକ୍ଷାକୁ ବିପନ୍ନ କରୁଛି ।