ଭୁବନେଶ୍ୱର,୩୦/୦୧: ଦ୍ବନ୍ଦ୍ବ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ। ଫେବୃଆରୀ ୨ ତାରିଖ ରବିବାର ଦିନ ପାଳନ ହେବ ସରସ୍ବତୀ ପୂଜା। ଏହା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପଞ୍ଜିକାର ମାନଙ୍କ ସହ ପାଞ୍ଜି ସମୀକରଣ ବୈଠକର ନିଷ୍ପତ୍ତି ଆଧାରରେ ଫେବୃଆରୀ ୨ ତାରିଖରେ ସରସ୍ୱତୀ ପୂଜା ହେବ। ସେହିଦିନ ରଥଯାତ୍ରା ପାଇଁ ତିନି ରଥ କାଠକୁ ପୂଜାର୍ଚ୍ଚନା କରାଯିବ। ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ। ଶ୍ରୀପଞ୍ଚମୀ ଫେବୃଆରୀ ୨ ନା ୩ ତାରିଖରେ ହେବ, ସେନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନଭିନ୍ନ ମତ ଥିବାରୁ ଦ୍ୱନ୍ଦ୍ବ ଦେଖା ଦେଇଥିଲା।