ବସନ୍ତ ପଞ୍ଚମୀ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୧୬/୨: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା ପାଳନ କରାଯାଇଛି। ତେଣୁ  ବସନ୍ତ ପଞ୍ଚମୀ ଅବସରରେ ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଦ୍ୟାଦାତ୍ରୀ ସରସ୍ବତୀଙ୍କ କରୁଣାରୁ ସମସ୍ତଙ୍କ ବିଦ୍ୟାଭଣ୍ଡାର ପରିପୂର୍ଣ୍ଣ ହେଉ ବୋଲି ନବୀନ କହିଛନ୍ତି । ଏହାସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।