ସରପଞ୍ଚ ପ୍ରାର୍ଥୀଙ୍କ ଅଚାନକ ମୃତ୍ୟୁ, ମତଦାନ ବନ୍ଦ

ଭୁବନେଶ୍ୱର,୧୬/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ଅଛି। ଏହାରିମଧ୍ୟରେ  ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ହେବା ଫଳରେ ମତଦାନ ବନ୍ଦ ରଖାଯାଇଛି। ସୂଚନା ଯୋଗ୍ୟ ଯେ କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ମତଦାନ ବନ୍ଦ ରହିଛି। କିନ୍ତୁ ଅନ୍ୟ ପଦ ପାଇଁ ଭୋଟିଂ ଜାରି ଅଛି। ବିଳମ୍ବିତ ରାତିରେ ସରପଞ୍ଚ ପ୍ରାର୍ଥୀ ନମିତା ବେହେରାଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ଏଯାଏଁ ତାଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।