ମା ସାରଳା ମନ୍ଦିର ଉନ୍ନତି ପାଇଁ ୪୨ କୋଟି

ଭୁବନେଶ୍ୱର,୨/୬: ଆଜି ଭୁବନେଶ୍ବରରେ ଅନୁଷ୍ଠିତ ଏକ ବୈଠକରେ ମା ସାରଳା ଝଙ୍କଡ ପୀଠର ଉନ୍ନତି ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗ ସଂପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ। ଏଥିରେ ମନ୍ଦିର ପରିସରରେ ଥିବା ମନ୍ଦିରମାନଙ୍କ ବିକାଶ ହେବ। ଏହା ସହିତ ପୁଷ୍କରଣୀର ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଓ ଦକ୍ଷିଣ ଦ୍ବାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରଯିବ।

ମା ସାରଳା ଝଙ୍କଡ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ନିକଟରେ ମା ସାରଳାଙ୍କ ପୀଠ ପରିଦର୍ଶନ କରି, ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ମାଙ୍କ ପୀଠର ଉନ୍ନତିକରଣ ସଂପର୍କରେ ବିଶଦ ଆଲୋଚନା କରିଥିଲେ ଏବଂ ସବୁ ଦିଗକୁ ଦୃଷ୍ଟିରେ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ୫-ଟି ଉପକ୍ରମରେ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।