ନୀଳଗିରି ଆସନ ପାଇଁ ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୩/୦୫: ନୀଳଗିରି ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ସନ୍ତୋଷ ଖଟୁଆ । ସନ୍ତୋଷଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ରୋଚକ ହୋଇଛି ନୀଳଗିରି ଲଢେଇ । ଗତଥର ବିଜେଡି ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ସନ୍ତୋଷ । କିନ୍ତୁ ସଙ୍ଗଠନ ସହ ଜଡିତ ଥିବାରୁ ପୁଣିଥରେ ଟିକେଟ ପାଇଁ ଆଶାବାଦୀ ଥିଲେ । ତେବେ ଗତକାଲି ବିଜେଡି ଏଠାରେ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ସନ୍ତୋଷଙ୍କ କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ସୁକାନ୍ତଙ୍କୁ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରୁ ଦଳରୁ ଇସ୍ତଫା ଦେଇଥିଲେ ସନ୍ତୋଷ । ସୁକାନ୍ତ ନାୟକ ୨୦୧୯ରେ ବିଜେପି ଟିକେଟରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । କିନ୍ତୁ ଗତ କିଛି ଦିନ ପୂର୍ବରୁ ବିଜେଡିରେ ଯୋଗ ଦେଇ ଟିକେଟ ରେସରେ ସାମିଲ ହୋଇଥିଲେ ସୁକାନ୍ତ ।