ଭାରତ ଯୋଡୋ ଯାତ୍ରାରେ ଚାଲିଗଲା ସାଂସଦ ସନ୍ତୋଖ ସିଂଙ୍କ ଜୀବନ

ନୂଆଦିଲ୍ଲୀ,୧୪/୧: ଭାରତ ଯୋଡୋ ଯାତ୍ରାରେ ଚାଲିଗଲା ସାଂସଦ ସନ୍ତୋଖ ସିଂଙ୍କ ଜୀବନ । ସେ ଆଜି ସକାଳେ ପଦଯାତ୍ରାରେ ସାମିଲ ହୋଇଥିଲେ । ହେଲେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯାଇଥିଲା । ତାଙ୍କୁ ତୁରନ୍ତ ଫଗୱାଡା ୱିିର୍କ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ମୁତାବକ, ଜଳନ୍ଧର ସାଂସଦ ସନ୍ତୋଖ ସିଂଙ୍କର ସ୍ୱାସ୍ଥ୍ୟ ଖରାପ ହେବା ପରେ ରାହୁଲ ଗାନ୍ଧୀ ପଦଯାତ୍ରାକୁ ବନ୍ଦ କରିଦେଇଥିଲେ । ଆଜି ଏହି ଯାତ୍ରା ସକାଳ ୭ଟାରେ ଲୁଧିଆନାର ଲୋଡୋୱାଲରୁ ଆରମ୍ଭ ହୋଇ ଜଳନ୍ଧର ଆଡକୁ ଯାଉଥିଲା । ଏହା ମଧ୍ୟରେ ସାଂସଦଙ୍କର ହୃଦଘାତ ହୋଇଥିଲା ।