ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଭୁବନେଶ୍ୱର, ୩/୧୧: ବିଜେଡିରୁ ଇସ୍ତଫା ଦେଇଛନ୍ତି ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଲେ । ବିଜେଡିରୁ ସେ ମୋଟ ୪ ଥର ବିଧାୟକ ଭାବେ ଜିତିଥିଲେ । ସୂଚନାଯୋଗ୍ୟ ଯେ ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତିଥିଲେ । ଗତ ନିର୍ବାଚନରେ ସଂଜୀବଙ୍କୁ ଟିକେଟ ଦେଇନଥିଲା BJD ।