ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ ହେଲେ ସଂଜୟ ସିଂହ

ଭୁବନେଶ୍ବର,୧୭/୦୬: ଗଂଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ କମିସନର ଭାବେ ନିଯୁକ୍ତି ଦେବା ପରେ ସଂଜୟ ସିଂହଙ୍କର ବଦଳି ହୋଇଛି । ସଂଜୟ ସିଂହଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ ହୋଇଛନ୍ତି। ଏଥି ସହିତ ସେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଉପଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି ) ଯାମିନୀ ଷଡ଼ଙ୍ଗୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗରେ ଓଏସ୍‌ଡି ଦାୟିତ୍ବ ଦେଇଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା କୁହାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଗତକାଲି ମଧ୍ୟ ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଥିଲେ। ୧୧ଟି ଜିଲ୍ଲାର ଜିଲ୍ଲାପାଳ ଓ ଭୁବନେଶ୍ବ ସମେତ କଟକ ଏବଂ ଭୁବନେଶ୍ବର ମହାନଗର ନିଗମର କମିସନରଙ୍କୁ ବଦଳି ପାଇଁ ବିଜ୍ଞପ୍ତି ଜାରି କରିଥିଲେ।