କଟକଣା ହଟିବା ପରେ ସାନିଟାଇଜ ହେଲା ସ୍ୱର୍ଗଦ୍ୱାର

ପୁରୀ, ୨୦ା୧୦(ଦି ପ୍ରଗତି ନ୍ୟୁଜ): ପୁରୀ ସ୍ୱର୍ଗଦ୍ୱାରରୁ କଟକଣା ହଟାଯିବା ପରେ ସେହି ପରିସରକୁ ସାନିଟାଇଜ କରାଯାଇଛି । ଗତକାଲି ସ୍ୱର୍ଗଦ୍ୱାରରେ ଲାଗୁ କରାଯାଇଥିବା କଟକଣାକୁ ହଟେଇ ଦିଆଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେଠାରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇ ପାରିବ ନାହିଁ ବୋଲି କଟକଣା ଲାଗୁ କରାଯାଇଥିଲା । ଯାହା ଗତକାଲି ହଟେଇ ଦିଆଯାଇଥିଲା । ଏଣିକି ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଳାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । କିନ୍ତୁ କୋଭିଡ଼ରେ ଯଦି ମୃତ୍ୟୁ ହୋଇଥିବ ତେବେ ସ୍ୱର୍ଗଦ୍ୱାରରେ ଶବଦାହ କରିବା ପାଇଁ ଅନୁମତି ମିଳିବ ନାହିଁ ।