ସାନିଟାଇଜ଼ କରାଯାଉଛି ଶ୍ରୀମନ୍ଦିର

ଭୁବନେଶ୍ୱର, ୧୮/୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏହାକୁ ରୋକିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ପୁରୀ ଶ୍ରୀମନ୍ଦିର ମଧ୍ୟ ସପ୍ତାହ ର ଦୁଇଦିନ ଯଥା ଶନିବାର ଓ ରବିବାର ବନ୍ଦ ରଖାଯାଉଛି। ଏହି ସମୟରେ ଶ୍ରୀମନ୍ଦିର ସାନିଟାଇଜ଼ କରାଯାଉଛି। ଆଜି ଦର୍ଶନ ବନ୍ଦ ଥିବାରୁ ସୁରକ୍ଷା ଦୃଷ୍ଟିରୁ ବଡଦାଣ୍ଡ ସହ ଶ୍ରୀମନ୍ଦିର ସାନିଟାଇଜ଼ କରାଯାଉଥିବା ସୂଚନା ରହିଛି।