ଚମ୍ପୁଆ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍

ଭୁବନେଶ୍ୱର,୧୧/୫: ଚମ୍ପୁଆ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି । ଇନକମ୍ ଟ୍ୟାକ୍ସର ୨୦ ଜଣିଆ ଟିମ୍ ପକ୍ଷରୁ ରେଡ୍ କରାଯାଉଛି । କେନ୍ଦୁଝର, ଚମ୍ପୁଆ ଓ ଭୁବନେଶ୍ୱରରେ ଏକକାଳୀନ ଚଢାଉ ହେଉଛି । ଭୁବନେଶ୍ୱର ସହିଦ ନଗରରେ ଥିବା ବାସ ଭବନରେ ଚଢାଉ ଚାଲିଛି । ତାଙ୍କ ଘର ପାଖରେ ଥିବା ଅନ୍ୟ ଏକ ଘରେ ମଧ୍ୟରେ ରେଡ୍ କରାଯାଉଛି । ଏହା ସହ ସନାତନ ମହାକୁଡ଼ଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ମଧ୍ୟ ରେଡ୍ କରାଯାଉଥିବା ସୂଚନା ମିଳିଛି ।