ବିଜେଡିରୁ ସମୂହ ଇସ୍ତଫା ଦେଲେ ସମୀର ଦାସଙ୍କ ସମର୍ଥକ

ଭୁବନେଶ୍ୱର,୪/୦୫: ନିମାପଡା ବିଜେଡିରେ ଅସନ୍ତୋଷ ଦେଖିବାକୁ ମିଳିଛି। ବର୍ତମାନ ବିଧାୟକ ସମୀର ରଂଜନ ଦାସଙ୍କୁ ଟିକେଟ ନ ମିଳିବାରୁ ସମୀରଙ୍କ ଅନେକ ସମର୍ଥକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସମୀର ଦାସଙ୍କ ଜରିଆରେ ସେମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଉଚିତ ବ୍ୟକ୍ତିଙ୍କୁ ଟିକେଟ ନ ଦେଇ ଅଣଦେଖା କରିବା ପ୍ରତିବାଦରେ ସେମାନେ ସମୂହ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆଜି ନିମାପଡା ଟାଉନ ହଲ ପଡିଆରେ ସମୀର ଦାସଙ୍କ ସମର୍ଥକ ଏକାଠି ହୋଇଥିଲେ । ପରେ ସେମାନେ ସମୂହ ଇସ୍ତଫା ଦେଇଛନ୍ତି ।