BSE ପ୍ୟାଟର୍ଣ୍ଣରେ ପରୀକ୍ଷା ଶେଷ କରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର, ୧୩/୩: ଆଜି ପୁରୀ ଜିଲ୍ଲା ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେଠାରେ ସ୍କୁଲରେ BSE ପ୍ୟାଟର୍ଣ୍ଣ ପରୀକ୍ଷା ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଇଁ DEOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ BSE ଦ୍ୱାରା ଧାର୍ଯ୍ୟ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ ଦେଇ କହିଛନ୍ତି ଯେ ଯେଉଁ ସ୍କୁଲରେ ଏହି ପ୍ୟାଟର୍ଣ୍ଣରେ ପରୀକ୍ଷା ହୋଇନି ମାର୍ଚ୍ଚରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ବଦଳି ଥିବାରୁ ପିଲାମାନେ ଏନେଇ ଜାଣିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।