ବରିଷ୍ଠ ଅଭିନେତା ସମୀର ଖାଖରଙ୍କର ପରଲୋକ

ନୂଆଦିଲ୍ଲୀ,୧୫/୩: ଏବେ ଏବେ ଅଭିନେତା ସତୀଶ କୌଶିକଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହେବା ପରେ ଏବେ ଆଉ ଜଣେ ବରିଷ୍ଠ ଅଭିନେତା ସମୀର ଖାଖରଙ୍କର ଆଜି ପରଲୋକ ହୋଇଛି । ଶ୍ୱାସ ଜନିତ ସମସ୍ୟା ହେବାରୁ ସମୀର ଖାଖରଙ୍କୁ ମୁମ୍ବାଇ ବୋରୀବଲି ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସମୀର ଖାଖର ବଲିଉଡ ଇଣ୍ଡଷ୍ଟ୍ରିରେ ୪ ଦଶକ ଯାଏଁ ଲଗାତାର କାମ କରିଥିଲେ । ସେ ସଲମାନ ଖାନଙ୍କ ଅଭିନୀତ ‘ଜୟ ହୋ’ ମୁଭିରେ ଅଭିନୟ କରିଥିଲେ ଯାହା ତାଙ୍କର ଶେଷ ଅଭିନୟ ଥିଲା । ଫିଲ୍ମ ‘ନୁକ୍କଡ’, ସର୍କସ୍’, ‘ମନୋରଞ୍ଜନ’ , ‘ଶ୍ରୀମାନ ଶୀମତି’ ଆଦିରେ ଫିଲ୍ମରେ କାମ କରି ପ୍ରସିଦ୍ଧି ସାଉଁଟିଥିଲେ । ତାଙ୍କର କମେଡି ସମସ୍ତଙ୍କୁ ବାନ୍ଧି ରଖିଥିଲା ।