ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କ ବିରୋଧରେ ମାନସିକ ଅଭିଯୋଗ, ନିଲମ୍ବିତ ହେଲେ ରଜତ କୁମାର

ଭୁବନେଶ୍ୱର,୨୭/୦୮: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ପରେ ନିଲମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରଜତ କୁଜର । ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟିର ୯ ଜଣିଆ ଟିମକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି ।
ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର । ରାଜନୀତି ବିଜ୍ଞାନର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫସର ଅଭିଯୋଗ କରିଛନ୍ତି ଯେ, ପ୍ରଫେସର ରଜତ କୁଜୁରୁ ତାଙ୍କୁ ୭ ବର୍ଷ ହେଲା ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏନେଇ ସେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି ।