ମମିତା ହତ୍ୟା ମାମଲାରେ ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି

ଭୁବନେଶ୍ୱର, ୨୬/୧୦: ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସାରା ଜିଲ୍ଲାରେ ଦେଖିବାକୁ ମିଳିଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜେପି। ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି ହୋଇଥିବା ସୂଚନା ରହିଛି । ଏହି ଜିଲ୍ଲାରେ କାଁଭାଁ ବସ୍ ଚଳାଚଳ କରୁଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି। ସାଧାରଣଜନଜୀବନ ବ୍ୟାହତ ହୋଇଥିବାର ପରିଲକ୍ଷିତ ହୋଇଛି। ଏହି ସମୟରେଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି।