ସମ୍ବଲପୁର ହିଂସାକାଣ୍ଡ: ଗିରଫଦାରୀ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ୱର,୧୬/୪: ସମ୍ବଲପୁର ହିଂସାକାଣ୍ଡ ମାମଲାରେ ଆଉ ୩୦ ଜଣଙ୍କୁ ଗିରଫ କରାଯାଇଛି। ଏହାଫଳରେ ଗିରଫଦାରୀ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଅନ୍ୟପଟେ ମ୍ବଲପୁର ସହରରେ କର୍ଫ୍ୟୁ ସତ୍ତ୍ବେ ପୁଣି ହିଂସା ଘଟିଥିବାର ଖବର ମିଳିଛି।

ହନୁମାନ ଜୟନ୍ତୀ ଅବସରରେ ଅନେକ ସ୍ଥାନରେ ଭଙ୍ଗାରୁଜା ହେବା ସହ ପୋଡ଼ାଜଳା ଘଟଣାରେ ୨୬ ଜଣଙ୍କୁ ପୁଲିସ ପ୍ରଥମେ ଗିରଫ କରିଥିବା ବେଳେ ହନୁମାନ ଜୟନ୍ତୀ ଦିନ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଥିଲା। ପଥର ମାଡ଼ ଓ ଦୋକାନ ପୋଡ଼ି ଆଜି ଆଉ ୩୦ଜଣଙ୍କୁ ଗିରଫ କରାଯିବା ପରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖ ସନ୍ଧ୍ୟାରେ ହନୁମାନ ଜୟନ୍ତୀ ବାଇକ୍ ରାଲି ବେଳେ ସମ୍ବଲପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ୧୪ ତାରିଖ ପର୍ଯ୍ୟନ୍ତ ଲାଗିରହିଥିଲା।