ଲୋକପ୍ରିୟ ଅଭିନେତା ସଲ୍‌ମାନଙ୍କ ସିକ୍ୟୁରିଟି ଏକ୍ସରୁ ୱାଇ ପ୍ଲସ୍‌କୁ ବୃଦ୍ଧି

ଭୁବନେଶ୍ୱର,୧/୧୧: ହତ୍ୟା ଧମକ ପରେ ସଲ୍‌ମାନଙ୍କ ସିକ୍ୟୁରିଟି ଏକ୍ସରୁ ୱାଇ ପ୍ଲସ୍‌କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଏହି ତାରକାଙ୍କୁ ଏବେ ସବୁ ସମୟରେ ଦୁଇ ଦୁଇଟା ସୁରକ୍ଷାକର୍ମୀ ଜଗି ରହିବେ। ତାଙ୍କ ବାସଭବନରେ ଦୁଇ ଜଣ ସିକ୍ୟୁରିଟି ୨୪ ଘଣ୍ଟା ଜଗି ରହିବେ। ବିଷ୍ଣୋଇ ଗ୍ୟାଙ୍ଗ୍‌ଠୁ ହତ୍ୟା ଧମକ ପରେ ସଲ୍‌ମାନଙ୍କୁ ଏହି ସିକ୍ୟୁରିଟି ଯୋଗାଇ ଦେବାକୁ ମୁମ୍ବାଇ ପୁଲିସ୍‌ର ସୁରକ୍ଷା ଶାଖା ନିଷ୍ପତ୍ତି ନେଇଛି। ପୂର୍ବରୁ ସଲ୍‌ମାନଙ୍କ ମାତ୍ର ଗୋଟାଏ ସିକ୍ୟୁରିଟି ସୁବିଧା ମିଳୁଥିଲା।

ସୂଚନାଯୋଗ୍ୟ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୂଷେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅର୍ଥାତ୍‌ ଜୁନ୍‌ ପ୍ରାରମ୍ଭରେ ଅଭିନେତା ସଲ୍‌ମାନ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।