ନୂଆଦିଲ୍ଲୀ,୧୬/୦୧: ବଲିଉଡ୍ ଅଭିନେତା ସେଫ୍ ଅଲ୍ଲୀ ଖାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ହତ୍ୟା ଉଦ୍ୟମ କରାଯାଇଛି । ବିଳମ୍ବିତ ରାତିରେ ଘରେ ପଶି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ଛୁରାମାଡ ପରେ ସେଫ୍ ଅଲ୍ଲୀ ଖାନଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରିଯାଇଛି । ତେବେ ଅଭିନେତା ସେଫ୍ ଅଲ୍ଲୀ ଖାନ୍ ଏବେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ନେଇ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବାନ୍ଦ୍ରା ୱେଷ୍ଟରେ ଥିବା ଘରେ ସୈଫ ଅଲ୍ଲୀ ଖାନଙ୍କ ଘରେ ବିଳମ୍ୱିତ ରାତିରେ ଚୋରୀ କରିବା ଉଦ୍ଦେଶ୍ୟରେ ଜଣେ ଚୋର ପଶିଥିଲା । ତେବେ ଏହି ସମୟରେ ଚୋରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ସୈଫ୍ । ଏହାପରେ ସେ ଆକ୍ରମଣର ଶିକାର ହୋଇଥିଲେ ।