ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ, ୧୯/୦୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ୭୨ ଘଣ୍ଟା ପରେ ମହାରାଷ୍ଟ୍ରର ଥାନେରୁ ଗିରଫ କରିଛି ମୁମ୍ବାଇ ପୋଲିସ। ମୁଖ୍ୟ ଅଭିଯୁକ୍ତର ନାଁ ବିଜୟ ଦାସ ଏବଂ ତାର ଘର ପଶ୍ଚିମବଙ୍ଗରେ ହୋଇଥିବା ଜଣାପଡିଛି। ସେ ଥାନେର ହୀରାନନ୍ଦାନି ବସ୍ତିରେ ଶ୍ରମିକଙ୍କ ସହ ଲୁଚି ରହିଥିଲା। ସେ ଏକ ହୋଟେଲରେ କାମ କରେ। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୩୫ଟି ଟିମ୍ ଚଳାଇଥିଲେ ଅପରେସନ୍ ।  ଆଜି ତାକୁ କୋର୍ଟରେ ହାଜର କରାଯିବ। ସେ ଚୋରି ଉଦ୍ଦେଶ୍ୟରେ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶିଥିଲା ଓ ଆକ୍ରମଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଛି।

Leave a Reply

Your email address will not be published. Required fields are marked *