ବିରାଟ କୋହଲି ସେମିଫାଇନାଲରେ ସେଞ୍ଚୁରୀ କରି ରେକର୍ଡ ଭାଙ୍ଗିବା ପରେ ତେନ୍ଦୁଲକରଙ୍କ “X”, କହିଲେ ଯେବେ ପ୍ରଥମେ ଦେଖା ହୋଇଥିଲା..

ନୂଆଦିଲ୍ଲୀ,୧୫/୧୧: ଆଜି ବିଶ୍ୱକପ କ୍ରିକେଟ ୨୦୨୩ର ଚାଲିଛି ସେମିଫାଇନାଲ ମ୍ୟାଚ। ମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଇଣ୍ଡିଆ ବିପକ୍ଷରେ ଖେଳୁଛି ନ୍ୟୁଜିଲାଣ୍ଡ। ଆଉ ଏହି ମ୍ୟାଚରେ ବିିିରାଟ କୋହଲି ସେଞ୍ଚୁରୀ କରିଛନ୍ତି। ଏହି ସେଞ୍ଚୁରୀରେ ରେକର୍ଡ ଭାଙ୍ଗିବା ପରେ ତାଙ୍କୁ ସୋସିଆଲ ମିଡିଆ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ଲେଖିଛନ୍ତି ଯେ ‘ଯେଉଁଦିନ ପ୍ରଥମ କରି ଭାରତୀୟ ଡ୍ରେସିଂ ରୁମ୍‌ରେ ଦେଖା, ସେଦିନ ଅନ୍ୟ ଖେଳାଳି ତୁମକୁ ମୋ ପାଦ ଛୁଇଁବାକୁ ମଜାରେ କହିଥିଲେ, ଆଉ ମୁଁ ମୋ ହସକୁୁ ରୋକିପାରି ନଥିଲି । ଜଣେ ଭାରତୀୟ ଖେଳାଳି ମୋ ରେକର୍ଡ ଭାଙ୍ଗିଲେ ତାଠୁ ବଳି ଖୁସି କିଛି ହୋଇନପାରେ।

ସୂଚନାଯୋଗ୍ୟ ଯେ ବିଶ୍ୱକପ୍ ସେମି ଫାଇନାଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ୫୦ ତମ ସେଞ୍ଚୁରୀ କରି ସେ ସଚିନଙ୍କ ରେକର୍ଡ ଭାଙ୍ଗିବା ସହ କ୍ରିକେଟରେ ବିରାଟ ରେକର୍ଡ କରିଛନ୍ତି ବିରାଟ କୋହଲି । ଏହାଛଡ଼ା ଗୋଟିଏ ବିଶ୍ୱକପରେ ଏକା ସର୍ବାଧିକ ରନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି ବିରାଟ ।