ନୂଆଦିଲ୍ଲୀ,୨୪/୦୨: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦୀର୍ଘ ୩ ବର୍ଷ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଅଦଳ ବଦଳ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ଋଷକୁ ସମସ୍ତ ୟୁକ୍ରେନ ସୈନିକ ଓ ନାଗରିକଙ୍କୁ ଛାଡିବାକୁ ହେବ । ଆଉ ପ୍ରତିବଦଳରେ ୟୁକ୍ରେନ ସମସ୍ତ ଋଷ ବନ୍ଦୀଙ୍କୁ ଛାଡିବାକୁ ପ୍ରସ୍ତୁତ ଅଛି । ଯୁଦ୍ଧ ବନ୍ଦ କରିବାକୁ ଏହା ସବୁଠାରୁ ଉଚିତ ପଦକ୍ଷେପ ହେବ । ଦୁଇଦିନ ତଳେ ଜେଲେନସ୍କି କହିଥିଲେ, ଯଦି ୟୁକ୍ରେନକୁ ନାଟୋର ସଦସ୍ୟତା ଦିଆଯାଏ ତାହାହେଲେ ସେ ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ।
ସୂଚନାଯୋଗ୍ୟ ଯେ ୨୪ ଫେବୃଆରୀ, ୨୦୨୨ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ୩ ବର୍ଷର ଯୁଦ୍ଧରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଉଭୟ ଦେଶର ଯୁଦ୍ଧରେ ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ପ୍ରାଣ ହରାଇଲେଣି।