ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ଏବେବି ଘନ ଘନ ମିଶାଇଲ ମାଡକରୁଛି ଋଷ

ନୂଆଦିଲ୍ଲୀ,୧୧/୧୨: ଥମୁନି ଋଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧକୁ ୨୯୦ ଦିନ ପୁରିଥିଲେ ମଧ୍ୟ ଏବେବି ଜାରିରହିଛି ଘମାଘୋଟ ଲଢେଇ । ଋଷ ସେନା ୟୁକେନ ଉପରେ ଘନ ଘନ ମିଶାଇଲ ମାଡ କରୁଥିବା ବେଳେ ଥରି ଉଠିଛି ବାଟମୁଖ ସହର । ଋଷ ସେନା ବାଟମୁଖ ସହରରେ ମିଶାଇଲ ଓ ରକେଟ ମାଡ କରି ଧ୍ୱଂସବିଧ୍ୱଂସ କରିଦେଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି । ଜେଲେନସ୍କି କହିଛନ୍ତି, ସାଢେ ୯ ମାସର ପ୍ରତିରୋଧ ସତ୍ୱେ ମସ୍କୋ ତାଙ୍କ ଦେଶକୁ ଦଖଲ କରିବାକୁ ଉଦ୍ୟମ ଜାରି ରଖିଛି । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ନିର୍ଦ୍ଦେଶକ୍ରମେ ଋଷ ସେନା ୟୁକ୍ରେନର ୪ ଟି ପ୍ରଦେଶ ଉପରେ ପ୍ରଥମେ ଟାର୍ଗେଟ କରିଥିଲା । ସେପ୍ଟେମ୍ବର ଶେଷ ଭାଗରେ ଋଷ ଏହି ଅଂଚଳଗୁଡିକୁ ବେଆଇନ ଭାବେ ଋଷ ଅକ୍ତିଆର କରିଥିବା କହିଛନ୍ତି ଜେଲେନସ୍କି । ଏବେ ଋଷ ସେନା ଅନ୍ୟ ଦେଶର ଅନ୍ୟ ଭାଗ ଉପରେ ନଜର ପକାଇଥିବା କହିଛନ୍ତିି ୟୁକ୍ରେନ ରାଷ୍ଟ୍ରପତି ।