ରୁଷ-ୟୁକ୍ରେନ ଯୁଦ୍ଧ, ୪୦୦ ସ୍ଥାନରେ ତୋପ ମାଡ଼

ନୂଆଦିଲ୍ଲୀ,୬/୫: ୟୁକ୍ରେନର ୪୦୦ ସ୍ଥାନ ଉପରେ ତୋପ ମାଡ଼ କରିଛି ରୁଷ। ଯେଉଁଥିରେ ଆମେରିକା ପଠାଇଥିବା ହତିଆର ମଧ୍ୟ ଧ୍ୱଂସ ହୋଇଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧରେ ଏଭଳି ଭୟାବହ ସ୍ଥିତି ଲାଗି ରହିଛି। ଲୋକେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ଏହି ଯୁଦ୍ଧକୁ ୨ମାସ ବିତି ଯାଇଥିଲେ ମଧ୍ୟ ରୁଷର ଆକ୍ରମଣ ଥମିବା ନାଁ ଧରୁନି। ସୂଚନାନୂଯାୟୀ , ୟୁକ୍ରେନର ଲବିବ ସହରକୁ ଟାର୍ଗଟ କରି ଆକ୍ରମଣ ହୋଇଛି। ଯାହାଦ୍ୱାରା ୩ ବିଜୁଳି ସବଷ୍ଟେସନ ନଷ୍ଟ ହୋଇଛି। ଅନ୍ୟପଟେ ଏହି ଯୁଦ୍ଧ ଭିତରେ ୟୁକ୍ରେନ ବିଭିନ୍ନ ରାଷ୍ଟ୍ର ଓ ସଂସ୍ଥା ଠାରୁ ପ୍ରାୟ ୪.୫ ବିଲିୟନ ୟୁରୋ ବା ୪.୭୩ ବିଲିୟନ ଡଲାର ସହାୟତା ପାଇଥିବା ଜଣାପଡ଼ିଛି। ଏନେଇ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡ୍ୟାନିସ ଶିମିହାଲ ସୂଚନା ଦେଇଛନ୍ତି।