ୟୁକ୍ରେନକୁ ସହାୟତା କରୁଥିବା ଦେଶ ଉପରେ ପ୍ରତିଶୋଧ ନେବା ଆରମ୍ଭ କରିଛି ଋଷ

ନୂଆଦିଲ୍ଲୀ,୨୭/୪: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଖୋଲିଖୋଲି ସାହାଯ୍ୟ କରୁଥିବା ଦେଶ ଗୁଡିକ ଉପରେ ଭାରି ପଡିଲାଣି ଋଷ । ଯେଉଁ ଦେଶମାନେ ୟୁକ୍ରେନକୁ ସହାୟତା ଦେବାକୁ କହୁଥିଲେ ସେସବୁ ଦେଶ ମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆରମ୍ଭ କରିଛି ଋଷ । ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ ଓ ତୈଳ ରପ୍ତାନି ବନ୍ଦ କରିଦେଇଛି ଋଷ । ଯୁଦ୍ଧ ଆରମ୍ଭ ହେବା ପରେ ଏହି ଦେଶ ଗୁଡିକ ତୈଳ ବା ଗ୍ୟାସ ପାଇଁ ଋଷ ମୁଦ୍ରା ରୁବେଲ ହିସାବରେ ଦାମ ଦେବାକୁ କହିଥିଲେ ବି ଏହାକୁ ଅନ୍ୟ ରାଷ୍ଟ୍ରମାନେ ଗ୍ରହଣ କରିନଥିଲେ । ଫଳରେ ଏହାର ଉତ୍ତରରେ ଏବେ ଏହି ଦେଶ ମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆରମ୍ଭ କରିଛି ଋଷ । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପୋଲାଣ୍ଡ ଆରମ୍ଭରୁ ହିଁ ୟୁକ୍ରେନକୁ ସହଯୋଗ କରିଆସିଛି । ଯୁଦ୍ଧ ଲଢିବାକୁ ମଧ୍ୟ ୟେୁକ୍ରେନକୁ ଅସ୍ତ୍ର ଯୋଗାଇଛି । ଏହି ସପ୍ତାହରେ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ମଧ୍ୟ କହିଥିଲେ ପୋଲାଣ୍ଡ ସରକାର । ଏହାକୁ ନେଇ ଏବେ ତାତି ଉଠିଛି ଋଷ ।