ନ୍ୟୁକ୍ଲିୟର ଆଟାକ କରିବ ରୁଷିଆ!

ନୂଆଦିଲ୍ଲୀ,୨୦/୩:ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଅନ୍ୟପଟେ ବାହାରୁନି ସମାଧାନର ବାଟ । ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ କରିପାରେ ରୁଷିଆ ବୋଲି ସୂଚନା ମିଳିଛି। ନ୍ୟୁକ୍ଲିୟର ୱାର୍‌ ଡ୍ରିଲ୍‌ ପାଇଁ ରାଷ୍ଟ୍ରପତି ପୁଟିନ୍ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । ସୁରକ୍ଷା ପାଇଁ ପୁଟିନ ନିଜ ପରିବାରକୁ ସାଇବେରିଆ ପଠାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ଗତକାଲି ପୁଣି ରୁଷିଆ ସହ କଥାବାର୍ତ୍ତା ନେଇ ୟୁକ୍ରେନ ରାଷ୍ଟ୍ରପତି ପ୍ରସ୍ତାବ ଦେଇଥିଲେ। କିନ୍ତୁ ପୁନର୍ବାର ଆଲୋଚନା ନେଇ ରୁଷିଆର ଆଭିମୁଖ୍ୟ ଅସ୍ପଷ୍ଟ ରହିଥିଲା। ପୂର୍ବରୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରୁ  ସଫଳତା ମିିଳିପାରି ନାହିଁ।

ସେହିପରି ଗତକାଲି ୟୁକ୍ରେନର ଅସ୍ତ୍ରାଗାର ଉପରେ ରୁଷିଆର ହାଇପରସୋନିକ୍ ମିଜାଇଲ ମାଡ଼ ଜାରି ରହିଥିଲା। ୟୁକ୍ରେନର ଇଭାନୋ-ଫ୍ରାଙ୍କିଭରେ ଥିବା ଅସ୍ତ୍ରାଗାର ଉପରେ ଆକ୍ରମଣ ହୋଇଛିି। ଓଡ଼େଶା ନିକଟରେ ମିଲିଟାରୀ ରେଡିଓ ଷ୍ଟେସନ ଉପରେ ବି ମିଜାଇଲ ଆକ୍ରମଣ ହୋଇଥିବା ସୂଚନା ମିଳିଛି।