ରଷିଆର ସାମୟିକ ଅସ୍ତ୍ରବିରତି ଘୋଷଣା

ନୂଆଦିଲ୍ଲୀ,୭/୩: ଋଷ- ୟୁକ୍ରେନ ଯୁଦ୍ଧକୁ ୧୦ଦିନ ବିତିଯାଇଛିି । ଯୁଦ୍ଧରେ ଦୁଇ ଦେଶର ସେନାକୁ ବ୍ୟାପକ କ୍ଷତି ପହଞ୍ଚିଛି । ଗୋଟିିଏ ପଟେ ଋଷର ମିସାଇଲ ମାଡରେ ୟୁକ୍ରେନ ଛାରଖାର ହେବାରେ ଲାଗିଛି । ସାଧାରଣ ନାଗରିକ ନିଜ ଜୀବନ ବଞ୍ଚାଇବା ପାଇଁ ବିଦେଶ ପଳାୟନ କରୁଛନ୍ତି। କିଛି ବଙ୍କରରେ ଲୁଚି ନିଜକୁ ସୁରକ୍ଷା ଦେଉଛନ୍ତି। ରଷିଆର ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଛି । ୪ସହର କିଭ୍, ମାରିଓପଲ, ଖାରକିଭ୍ ଓ ସୁମିରେ ଅସ୍ତ୍ରବିରତି ଘୋଷଣା ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଅନୁରୋଧ କ୍ରମେ ଫସିଥିବା ନାଗରକଙ୍କୁ ସ୍ଥାନାନ୍ତର ପାଇଁ ମାନବିକ କରିଡର ଖୋଲିବା ନେଇ ରଷିଆର ଅସ୍ତ୍ରବିରତି ଘୋଷଣା ହୋଇଛି ।