ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଚୀନ

ନୂଆଦିଲ୍ଲୀ,୨୦/୨: ଥମୁନି ଋଷ-ୟୁକ୍ରେନ୍ ଯୁଦ୍ଧ। ପାଖାପାଖି ବର୍ଷେ ହେଲାଣି ଋଷ-ୟୁକ୍ରେନ୍ ଯୁଦ୍ଧ ଜାରୀ ରହିଛି । ଋଷର ଆକ୍ରମଣରେ ୟୁକ୍ରେନ୍ ଅନେକ ସହର ଧ୍ୱଂସ ହେବାକୁ ବସିଲାଣି । ଅନେକ କ୍ଷୟକ୍ଷତି ପରେ ବି ୟୁକ୍ରେନ୍ ତାର ଲଢେଇ ଜାରି ରଖିଛି । ଆଉ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଚୀନ୍ ୟୁକ୍ରେନ୍ ବିରୁଦ୍ଧରେ ଋଷକୁ ଅସ୍ତ୍ରଶସ୍ତ୍ର ସହାୟତା କରିବ ବୋଲି ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିକନ୍ ସୂଚନା ଦେଇଛନ୍ତି । ସେ ଚେତାବନି ଦେଇ କହିଛନ୍ତି, ଚୀନ୍ ୟୁକ୍ରେନ୍ ବିରୁଦ୍ଧରେ ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ପାଇଁ ଚିନ୍ତା କରୁଛି । ଯାହା ଅତ୍ୟନ୍ତ ଭୟଙ୍କର ହେବ ।