ସିରିଆ ଉପରେ ଋଷର ଆକ୍ରମଣ, ୧୨୦ ମୃତ

ନୂଆଦିଲ୍ଲୀ,୯/୯ : ଗୋଟିଏ ପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ସୂଚାନଯୋଗ୍ୟ ଯେ ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ- ନୁସୁରା ଫ୍ରଣ୍ଟ ଠିକଣା ଉପରେ ଋଷର ଯୁଦ୍ଧ ବିମାନ ଆକ୍ରମଣ କରିଛି । ଏହାଫଳରେ ଏବେ ନୁସୁରା ଫ୍ରଣ୍ଟର ବିଭିନ୍ନ ଆଡ୍ଡାସ୍ଥଳୀ ଧ୍ୱଂଶ ହୋଇଯାଇଛି । ସୂଚନା ମୁତାବକ ଋଷର ଯୁଦ୍ଧ ବିମାନ ଇଦଲିବ୍ ଅଞ୍ଚଳରେ ଏକ ନୁସୁରା ଫ୍ରଣ୍ଟର ଟ୍ରେନିଂ କ୍ୟାମ୍ପରେ ଆକ୍ରମଣ କରିଛି । ଏଥିରେ ଋଷର ୧୪ ଟି ଯୁଦ୍ଧ ବିମାନ ଓ ମିସାଇଲ ବ୍ୟବହାର କରିଛି ।