ବିଜେପିରେ ସାମିଲ ହେଲେ ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି

ନୂଆଦିଲ୍ଲୀ,୧/୦୫: ବିଜେପିରେ ସାମିଲ ହୋଇଛନ୍ତି ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି । ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ରୂପାଲି ଗାଙ୍ଗୁଲି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ରୂପାଲି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ସହ ରୂପାଲି କହିଛନ୍ତି, ବିକାଶର ମହାଯଜ୍ଞ ଦେଖିବା ପରେ ମୋତେ ଅନୁଭବ ହେଲା ଯେ ଏଥିରେ ସାମିଲ ହେବା ଆବଶ୍ୟକ । ମୋତେ ସମସ୍ତଙ୍କର ଆଶୀର୍ବାଦ ଆବଶ୍ୟକ । ଯାହା ବି କରିବି ତାହା ଠିକ୍ ଓ ଭଲ ହେଉ ବୋଲି ରୂପାଲି କହିଛନ୍ତି ।
ଫିଲ୍ମ ନିର୍ଦ୍ଦେଶକ ଅନିଲ ଗାଙ୍ଗୁଲିଙ୍କ ଝିଅ ହେଉଛନ୍ତି ରୁପାଲି ଗାଙ୍ଗୁଲି । ମାତ୍ର ୭ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିବା ରୂପାଲି ୨୦୦୩ରେ ସଞ୍ଜିବନୀ ସିରିଏଲରୁ ଦର୍ଶକଙ୍କ ମଧ୍ୟରେ ଅଧିକ ପରିଚିତ ହୋଇଥିଲେ । ଏହାପରେ ବିଗବସ୍ ସିଜିନ-୧ରେ ଭାଗ ନେଇଥିଲେ ରୂପାଲି ।