ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର,୧୬/୦୪: ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ନ ୩ଟା ୩୦ରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ଏନେଇ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ସରିଛି । ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି । ରଥ ରୋଡ଼ରେ କୌଣସି ଗାଡ଼ି ଯାଇପାରିବନି, ଏହାସହ ମାଉସୀମା’ ଛକରୁ ଗାଡ଼ିକୁ ଡାଇଭର୍ଟ କରାଯିବ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁତୟନ ହେବେ ୧୨ ପ୍ଲାଟୁନ ଫୋର୍ସ, ୨ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସପି, ୧୫ ଜଣ ଇନିସପେକ୍ଟର । ଏହାସହ ୫୦ରୁ ଅଧିକ ସବଇନିସପେକ୍ଟର ଓ ଏଏସଆଇ ଏବଂ ଟ୍ରାଫିକ୍ ଅଧିକାରୀ ନିୟୋଜିତ ରହିବେ । ଏହାସହ ଶହେରୁ ଅଧିକ କନେଷ୍ଟବଳ, ହାବିଲଦାର ଓ ହୋମଗାର୍ଡ଼ ସୁରକ୍ଷା ଦାୟିତ୍ୱରେ ରହିବେ । ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯାଇପାରିବନି, ବରଂ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାସହ ଖରା ଓ ହିଟୱେଭକୁ ଆଖିରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।