ଏପ୍ରିଲ ୯ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର, ୫/୪: ଏପ୍ରିଲ ୯ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ହେବ। ଅନ୍ୟପଟେ ଜିଲ୍ଲାପାଳଙ୍କ ସହ ସମନ୍ୱୟ ବୈଠକରେ ରଥଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର ହୋଇଥିବା ସୂଚନା ମିଳିଛି। ଦିନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୂଢ ନୀତି ହେବାକୁ ଥିବା ବେଳେ ଅପରାହ୍ନ ୩ଟା ୩୦ରୁ ରଥଟଣା ଆରମ୍ଭ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିିିପ ରିବାହୁଡା ଯାତ୍ରା ୧୩ରେ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।