ଆଜି ପ୍ରତିଷ୍ଠା ହେବ ରୁକୁଣା ରଥ

ଭୁବନେଶ୍ୱର,୨୮/୩: ଆଜି ମଧ୍ୟରାତ୍ରିରୁ ପ୍ରତିଷ୍ଠା ହେବ ରୁକୁଣା ରଥ । ଏଥପାଇଁ ଚଳଚଞ୍ଚଳ ପୁରା ଭୁବନେଶ୍ୱର । ବିଧି ଅନୁସରେ ପ୍ରଥମେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିର ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ । ରଥ ପାଇଁ ପାଣି ଯିବା ପରେ ମରୀଚିକୁଣ୍ଡରୁ ଉଠିଥିବା ଅନ୍ୟ କଳସ ଜଳ ନିଲାମ କରାଯିବ । ରାତିରେ ନୀତିକାନ୍ତି ହେବାର ଥିବାରୁ ଅସ୍ଥାୟୀ ଘର ଏବଂ ଲାଇଟ୍ ବ୍ୟବସ୍ଥା କରାଯାଇଛି । ବିଧି ଅନୁସାରେ ଆଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ ।