ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୭/୩: ପୁଣି ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ବଲାଙ୍ଗୀରର ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ବଲାଙ୍ଗୀର ସୁଦପଡ଼ା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣ ପାଇଁ ସେ ଏଭଳି କରିଛନ୍ତି ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ରୁଚିସ୍ମିତା ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ । ଅନେକ ସମ୍ବଲପୁରୀ ଗୀତରେ ସେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି । ଆଲବମ୍ ଅଭିନେତ୍ରୀ ହେବା ସହ ସେ ଜଣେ କଣ୍ଠଶିଳ୍ପୀ ମଧ୍ୟ ସେ ଥିଲେ । ସୂଚନାଯୋଗ୍ୟ ଯେ ସେ ତାଙ୍କ ମାଆଙ୍କ ସହ ମାମୁଘରକୁ ଯାଇଥିଲେ । ମାମୁଘର ପରିବାର ଲୋକଙ୍କ ସହ ମାଆ ବାହାରକୁ ଯାଇଥିଲେ । ଘରକୁ ଫେରିବା ପରେ ଝୁଲନ୍ତା ଅବସ୍ଥାରେ ରୁଚିସ୍ମିତାଙ୍କ ମୃତଦେହ ଦେଖିଥିଲେ ।