ରାଜ୍ୟର ୧୬ଟି ଜିଲ୍ଲାରେ ନିର୍ମାଣ ହେବ RTPCR ଲାବୋରେଟୋରି

ଭୁବନେଶ୍ୱର, ୧୧/୫: ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲୁଥିବା ବେଳେ ରାଜ୍ୟର ୧୬ଟି ଜିଲ୍ଲାରେ  RTPCR ଲାବୋରେଟୋରି ନିର୍ମାଣ ହେବ ବୋଲି ସୂଚନା ମିଳିଛି। ପ୍ରତି ଲାବୋରେଟୋରି ପାଇଁ  ୧.୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହ ପ୍ରତି ଲ୍ୟାବ୍‌ରେ ପ୍ରତି ସିଫ୍ଟରେ ୪ ଜଣ ଲେଖାଏଁ କର୍ମଚାରୀ ନିଯୁକ୍ତ ହେବେ । ୧୬ ଜିଲ୍ଲା ଗୁଡିକ ହେଉଛି ଭଦ୍ରକ, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ଜଗତସିଂହପୁର, ଗଜପତି, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ରାୟଗଡ଼ା ।