ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ହେବ ରୋପ ୱେ

ଭୁବନେଶ୍ୱର, ୬/୪: ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ରୋପ ୱେ ହେବ ବୋଲି ସୂଚନା ମିଳିଛି। ୫ଟି ପର୍ଯ୍ୟଟନସ୍ଥଳୀ ହେଉଛି କପିଳାସ, ନୃସିଂହନାଥ-ହରିଶଙ୍କର, ଧଉଳିଗିରିରେ,ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବର। ଏହି କାମ କାର୍ଯ୍ୟକାରୀ ହେବା ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହି କାମ ୧୬ ମାସ ଭିତରେ ସାରିବା ନେଇ ଆକଳନ କରାଯାଇଛି । ଏହି ୫ଟି ସ୍ଥାନ ବ୍ୟତୀତ ପୁରୀ-କୋଣାର୍କ ରୋପ ୱେ ପାଇଁ ପ୍ରସ୍ତାବ ବିଚାରାଧୀନ ରହିଛି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେହିପରି ଅନ୍ୟପଟେ ରାଜ୍ୟରେ ଏବେ କରୋନା ସ୍ଥିତି ପୁଣିଥରେ ବିଗିଡି ଯାଇଥିବାରୁ ପର୍ଯ୍ୟଟନ କ୍ଷେତ୍ରରେ ସଂକ୍ରମଣ ରୋକିବା ନେଇ ପଦକ୍ଷେପ  ନେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟଟନ କ୍ଷେତ୍ରର ସ୍ଥିତି ଦେଖି କଟକଣା ନିଷ୍ପତ୍ତି ନେବେ ଜିଲ୍ଲାପାଳ । ବାହାର ରାଜ୍ୟ ପର୍ଯ୍ୟଟକଙ୍କ କୋଭିଡ ଟେଷ୍ଟ ପାଇଁ ସେ ପରାମର୍ଶ ଦେଇଛନ୍ତି।