ଦେଶର ୪୪ଟି ସ୍ଥାନରେ ୭୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୭୦ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭାଗ ସହ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ସୂଚନା ଅନୁସାରେ, ଏହି ନିଯୁକ୍ତି ଦ୍ୱାରା ଯୁବବର୍ଗ ଯୁବ ରାଜସ୍ୱ ବିଭାଗ, ଅର୍ଥ ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଜଳ ସଂଶୋଧନ ବିଭାଗ ଓ ଗୃହ ମନ୍ତ୍ରାଳୟ ସମେତ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ସାମିଲ ହୋଇଛନ୍ତି ।