ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ଚୀନର ଅନିୟନ୍ତ୍ରିତ ୨୩ ଟନର ରକେଟ୍

ନୂଆଦିଲ୍ଲୀ,୪/୧୧: ପୃଥିବୀ ପୃଷ୍ଠକୁ ଦ୍ରୁତ ଗତିରେ ୨୩ ଟନ୍ ଓଜନ ବିଶିଷ୍ଟ ମାଡ଼ି ଆସୁଛି ଚୀନର ଅନିୟନ୍ତ୍ରିତ ରକେଟ୍ । ଏନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ତା’ର ବିମାନବନ୍ଦର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତି ନେଇଛି । ଅର୍ଥାତ୍ ଭୁପୃଷ୍ଠରେ ଯେକୌଣସି ସମୟରେ ଏହାର ବିକ୍ଷିପ୍ତ ଧ୍ୱଂସାବଶେଷ ଆସି ପଡ଼ିବାର ଆଶଙ୍କା ରହିଛି । ଯାହା ଏହା ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରିଛି ।ରକେଟର ଭଗ୍ନାବଶେଷ କେଉଁଠି ପଡ଼ିବ, ତାହା ଜଣାପଡ଼ିନାହିଁ । ରକେଟ୍ ଭଗ୍ନାବଶେଷ ୟୁରୋପର କିଛି ସ୍ଥାନ ଉପରେ ଉଡୁଥିବା କୁହାଯାଉଛି । ଯେଉଁ କାରଣରୁ ୟୁରୋପୀୟ ଦେଶଗୁଡ଼ିକ ସତର୍କ ହୋଇଛନ୍ତି । ସତର୍କତା ଦୃଷ୍ଟିରୁ ସ୍ପେନ୍ ବିଭିନ୍ନ ବିମାନ ବନ୍ଦରରୁ ସମସ୍ତ ଉଡ଼ାଣକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ।