ଅଟୋକୁ ଧକ୍କା ଦେଲା ଅଜଣା ଗାଡି, ୮ମୃତ

ନୂଆଦିଲ୍ଲୀ,୨୧/୦୨: ବିହାର ଲଖିସରାୟ ଅଞ୍ଚଳରେ ଘଟିଛି ଅଭାବନିୟ ଘଟଣା। ଲଖିସରାୟ ସିକନ୍ଦରା ମୁଖ୍ୟ ମାର୍ଗ ସ୍ଥିତ ବିହରୌରା ଗାଁ ନିକଟରେ ଏକ ଅଟୋକୁ ଏକ ଅଜଣା ଗାଡି ଧକ୍କା ଦେଇଛି। ଏହି ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।  ଆହତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତରୀ କରାଯାଇଛି । ପୋଲିସ ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା କୁହାଯାଉଛି ।