ଭୟଙ୍କର ସଡକ ଦୁର୍ଘଟଣା, ୬ ମୃତ

ନୂଆଦିଲ୍ଲୀ,୬/୦୯ :ତାମିଲନାଡୁର ସଲିମରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଭୋର୍‌ ପ୍ରାୟ ୪ଟା ସମୟରେ ସଲିମ-ଏରୋଡ଼ ରାଜପଥରେ ଘଟିଥିବା ସୂଚନା ରହିଛି। ରିପୋଟର୍ରୁ ପ୍ରକାଶ ଯେ ଦ୍ରୁତ ଗତିରେ ଆସୁଥିବା ଏକ ଭ୍ୟାନ ଛିଡ଼ା ହୋଇ ରହିଥିବା ଏକ ଟ୍ରକକୁ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଏମାନେ ସମସ୍ତେ ଏଙ୍ଗୁରରୁ ପେରୁନଥରାଇ ଯାଉଥିଲେ। ଭ୍ୟାନ୍‌ରେ ସମୁଦାୟ ୮ ଜଣ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭ୍ୟାନର ଡ୍ରାଇଭର ଭିଗ୍ନେଶ ଏବଂ ଅନ୍ୟ ଜଣେ ଯାତ୍ରୀ ପ୍ରିୟା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏକ ସିସିଟିଭି ଫୁଟେଜ୍‌କୁ ପାଇବା ପରେ ପୁଲିସ୍‌ ଦୁର୍ଘଟଣାର ତଦନ୍ତ କରୁଛି। ସିସିଟିଭି ଫୁଟେଜ୍‌ରେ ସଂପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି।